Latest Odisha News

ଟିକା ନେଇ ନଥିଲେ ଦରମା କାଟ୍‌ ସହ ଚାକିରିରୁ ବହିଷ୍କାର କରିବ ଗୁଗୁଲ୍‌

ନୂଆଦିଲ୍ଲୀ: ମହାମାରୀରୁ ସୁରକ୍ଷା ପାଇବା ପାଇଁ ନିଜ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗୁଗୁଲ। ଆଲଫାବେଟ୍ Inc ର ଗୁଗୁଲ୍ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି ଯେ ସେମାନେ କୋଭିଡ୍-୧୯ ଟିକାକରଣ ନିୟମ ପାଳନ ନକଲେ ସେମାନଙ୍କୁ ଦରମା ଦିଆଯିବ ନାହିଁ ଏବଂ ଚାକିରିରୁ ବହିଷ୍କାର କରାଯିବ।

ଏ ନେଇ ଗୁଗୁଲ ନିଜର କର୍ମଚାରୀଙ୍କ ମଧ୍ୟରେ ଗୋଟିଏ ମେମୋ ଜାରି କରିଛି। ଏଥିରେ କର୍ମଚାରୀମାନଙ୍କୁ ଡିସେମ୍ବର ୩ ତାରିଖ ସୁଦ୍ଧା ସେମାନଙ୍କର ଟିକାକରଣ ସ୍ଥିତି ଜଣାଇବାକୁ କୁହାଯାଇଥିଲା। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଏହାର ଉପଯୁକ୍ତ କାରଣ ଦର୍ଶାଇବେ। ଏହି ସତର୍କବାଣୀ ପରେ ଟିକାକରଣ ସ୍ଥିତି ସମ୍ପର୍କରେ ଅବଗତ କରାଇ ନଥିବା କର୍ମଚାରୀଙ୍କ ସହ ଗୁଗୁଲ କର୍ତ୍ତୃପକ୍ଷ ଯୋଗାଯୋଗ ଆରମ୍ଭ କରିଛନ୍ତି।

ନିର୍ଦ୍ଦିଷ୍ଟ ତାରିଖ ପରେ ଯେଉଁମାନେ ସେମାନଙ୍କ ଟିକାକରଣ ସ୍ଥିତି ଅପଲୋଡ୍ କରିନାହାଁନ୍ତି କିମ୍ବା ଟିକାକରଣ କରିନାହାଁନ୍ତି ଏବଂ ଯେଉଁମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ଯେଉଁ କର୍ମଚାରୀମାନେ ଜାନୁଆରୀ ୧୮ ସୁଦ୍ଧା ଟୀକାକରଣ ନିୟମ ମାନି ନାହାଁନ୍ତି, ସେମାନଙ୍କୁ ୩୦ ଦିନିଆ ‘ପେଡ୍‌ ଆଡମିନଷ୍ଟ୍ରେଟିଭ ଲିଭ’ରେ ରଖାଯିବ ବୋଲି ସିଏନବିସି ରିପୋର୍ଟ କରିଛି। ଏହାପରେ ୬ ମାସ ପାଇଁ ‘ଅନପେଡ୍‌ ବ୍ୟକ୍ତିଗତ ଛୁଟି’ରେ ପଠାଯିବ ଏବଂ ଶେଷରେ ସେମାନଙ୍କୁ ଚାକିରିରୁ ବରଖାସ୍ତ କରାଯିବ।

Leave A Reply

Your email address will not be published.