Latest Odisha News

ଜେସିବିକୁ ଧକ୍କା ଦେଲା କାର୍‌, ଜଣେ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅର୍ଜୁନପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଜେସିବିକୁ ଏକ କାର୍ ଧକ୍କା ଦେଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ଜଣଙ୍କ ହେଲେ ୨୨ ବର୍ଷ ବୟସ୍କ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ସୁଭ୍ରାଂଶୁ ଯୋଷୀ । ସେହିପରି ଆହତ ଜଣଙ୍କ ନାଁ ବିକାଶ ରାଏ ତାଙ୍କ  ଘର ସମ୍ବଲପୁରରେ  ବୋଲି ଜଣାପଡିଛି  ।

BjdElectrycity

ସୁଭ୍ରାଂଶୁ ଏବଂ ବିକାଶ ଏକ କାର ଯୋଗେ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଥିଲେ । ବୁଧବାର ଭୋରରୁ ତାଙ୍କ କାରଟି ଭାରସାମ୍ୟ ହରାଇ ଟେଲିଫୋନ ମରାମତି ପାଇଁ ରାସ୍ତା କଡରେ ଛିଡା ହୋଇଥିବା ଜେସିବି ଗାଡି ସହିତ ଧକ୍କା ହୋଇଥିଲା । ଫଳରେ ଗାଡିର ବସିଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସୁଭ୍ରାଂଶୁଙ୍କ ମୃତ୍ୟୁ ହୋଇଛି । ବିକାଶଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟଙ୍କ ପରିବାର ଲୋକଙ୍କୁ ଏ ନେଇ ଖବର ଦିଆଯାଇଛି ।ସେପଟେ ପୋଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.