Latest Odisha News

ଲକ୍ଷ୍ମୀ ବସ ସହ ମୋଟର ସାଇକେଲର ଧକ୍କା, ଜଣେ ମୃତ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସାରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଓ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ମୋଟର ସାଇକେଲରେ ଆରୋହୀ ମାନେ ହେଲେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମିକି ମହାନନ୍ଦିଆ। ଦୁର୍ଘଟଣାରେ ଆହତ ବାଲ୍ମିକିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଶାନ୍ତଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସକାଳ ପ୍ରାୟ ୮ଟା ବେଳେ ଡ୍ରାଇଭର ବସକୁ ରିଭର୍ସ ଗିୟର ପରାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ବାଲ୍ମିକି ଓ ପ୍ରଶାନ୍ତଙ୍କୁ ଉଦ୍ଧାର କରି କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.