Latest Odisha News

BREAKING NEWS

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ ଲୁଟି ନେଲେ

ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର ବି ବ୍ଲକ୍ ୩୦୩ ଏବଂ ସି ବ୍ଲକର ୩୦୮ ର ଦୁଇଟି ଫ୍ଲାଟ୍ ର ତାଲା ଭାଙ୍ଗି ପଶିଥିଲେ । ଦୁଇଟି ଫ୍ଲାଟ୍ ରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ।

ତେବେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭିଡିଓ ରେ ଲୁଟେରା ମାନେ ଲୁଙ୍ଗି ପିନ୍ଧିବା ସହ ମୁହଁ ରେ ଗାମୁଛା ବାନ୍ଧିଥିବା ଦେଖିବାକୁ ମିଳିଛି । ଘଟଣାରେ ପାହାଳ ପୋଲିସ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.