Latest Odisha News

BREAKING NEWS

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ ଜଣକ କଇଁଫୁଲ ଗାଁର ସନ୍ତୋଷ ଗୁରୁ ବୋଲି ଜଣାପଡିଛି ।

ପରେ ଘଟଣାସ୍ଥଳରେ ମେଣ୍ଢା ପୋଲିସ ପହଁଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସନ୍ତୋଷ ନିଖୋଜ ଥିବା ତାଙ୍କ ପରିବାର ଲୋକ ସୋନପୁର ଥାନାରେ ଜଣାଇଥିଲେ । ତେବେ ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିବ ।

Leave A Reply

Your email address will not be published.