Latest Odisha News

BREAKING NEWS

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି ଭବନକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପ୍ରକ୍ରିୟାରେ ୩୫ ଡ଼ିସିମିଲ ଜମି ଅଧିଗ୍ରହଣ କରାଯାଉଛି ।

ସୂଚନା ଅନୁସାରେ ରଘୁନାଥ ଅତିଥି ଭବନରେ ୩ ଜଣ ମାଲିକାନା ରହୁଥିବାରୁ ୨ଜଣ ସରକାରଙ୍କୁ ଜମି ହସ୍ତାନ୍ତର କରି କ୍ଷତିପୁରଣ ଅର୍ଥ ପାଇଛନ୍ତି । ଆଉ ଜଣେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ତାଙ୍କ ଅଂଶର ଅର୍ଥ ସାଢେ ୪ କୋଟି ଟଙ୍କା ଲାରାକୋର୍ଟରେ ଜିଲ୍ଲା ପ୍ରଶସନ ପକ୍ଷରୁ ଦାଖଲ ହୋଇଛି ।

ଆଉ ୩୫ ଡ଼ିସିମିଲ ଜାଗା ପାଇଁ ପ୍ରଶାସନ ପକ୍ଷରୁ ୧୪ କୋଟି ଟଙ୍କା କ୍ଷତିପୁରଣ ବାବଦରେ ପ୍ରଦାନ କରାଯାଇଛି । ଆଗକୁ ଆଉ ଗୋଟିଏ କୋଠା ଭଙ୍ଗାଯିବା ପରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

Leave A Reply

Your email address will not be published.