Latest Odisha News

ଗର୍ଭବତୀ ହାତୀ ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ମଲ୍ଲପୁରମ: କେରଳର ମଲ୍ଲପୁରମରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଯେଉଁମାନେ ହାତୀକୁ ସପୁରୀ ଭିତରେ ବାରୁଦ ପୁରାଇ ଖାଇବାକୁ ଦେଇଥିଲେ ଯଦି ସେମାନଙ୍କ ପରିଚୟ ଦିଅନ୍ତି ତେବେ ସେମାନଙ୍କୁ ପୁରଷ୍କାର ଦିଆଯିବ ବୋଲି ଘୋଷଣା ହୋଇଛି ।

ବନ୍ୟପ୍ରାଣୀ ଏସଓଏସ ଏନଜିଓ ଅପରାଧୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ-ଭାରତ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି । ୱାଇଲ୍ଡ ଲାଇଫ୍ ଏସଓଏସ କହିଛି ଯେ ହାତୀଟିକୁ ବାରୁଦ ମିଶା ସପୁରୀ ଦେଇଥିବା ବ୍ୟକ୍ତିର ପରିଚୟ ଯେଉଁମାନେ ଦେବେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

ସଂସ୍ଥା ଏକ ନମ୍ବର ମଧ୍ୟ ଏହି ସମ୍ବନ୍ଧରେ ଜାରି କରିଛି। ସଂସ୍ଥା ତରଫରୁ କୁହାଯାଇଛି ଯେ ଯଦି ହାତୀଙ୍କୁ ବଞ୍ଚାଇବା ଅଭିଯାନରେ ଆପଣ ଯୋଡ଼ି ହେବାକୁ ଚାହୁଁଛନ୍ତି ତେବେ ଏଲିଫ୍ୟାଣ୍ଟ ହେଲ୍ପଲାଇନ୍ ନମ୍ବର +91-9971699727 ରେ କଲ୍ କରନ୍ତୁ କିମ୍ବା info@wildlifesos.org  ରେ ମେଲ୍ କରନ୍ତୁ।

ମଲ୍ଲପୁରମରେ ଏକ ଗର୍ଭବତୀ ହାତୀ ବିସ୍ଫୋରକ ଥିବା ସପୁରୀ ଖାଇ ଦେଇଥିଲା ଯାହା ପରେ ହାତୀର ମୁହଁରେ ବାଣ ଫୁଟିଥିବାରୁ ତା’ର ମୃତ୍ୟୁ ହୋଇଥିଲା।

Comments are closed.