Latest Odisha News

BREAKING NEWS

କେରଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ କେନ୍ଦ୍ର: ମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ହୋଇଥିବା ଏକ ସପୁରୀକୁ ଖାଇଥିବା ଗର୍ଭବତୀ ହାତୀର ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ର କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଦିନ କହିଛନ୍ତି।

ସୋସିଆଲ ମିଡିଆରେ ଏହି ସପ୍ତାହରେ ବନ ଅଧିକାରୀଙ୍କ ଦ୍ବାରା ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଏକ ଗର୍ଭବତୀ ହାତୀର ମୃତଦେହ ନଦୀରେ ଭାସୁଥିଲା।

ହାତୀ ମୃତ୍ୟୁ ଘଟଣାକୁ ସରକାର ଅତି ଗୁରୁତର ଭାବେ ଗ୍ରହଣ କରିଛନ୍ତି ବୋଲି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଜାଭଡେକର ଟ୍ୱିଟ କରିଛନ୍ତି। ସଠିକ୍ ତଦନ୍ତ ଏବଂ ଦୋଷୀ ମାନଙ୍କୁ ଖୋଜାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିସ୍ଫୋରକ ଭର୍ତ୍ତି ଖାଦ୍ୟ ପଦାର୍ଥ ଖାଇବାକୁ ଦେବା ଏବଂ ହତ୍ୟା କରିବା ଭଳି ଅମାନବୀୟ କାର୍ଯ୍ୟ ଭାରତୀୟ ସଂସ୍କୃତି ନୁହେଁ ବୋଲି ଏନଡିଟିଭି ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପାଲକଡସ୍ଥିତ ସାଇଲେଣ୍ଟ ଭ୍ୟାଲି ଜାତୀୟ ଉଦ୍ୟାନ ନିକଟରେ ଥିବା ଏକ ଗ୍ରାମରେ ବଣୁଆ ହାତୀ ପ୍ରବେଶ କରିଥିଲା। ପରେ ସେ ବିସ୍ଫୋରକ ଭର୍ତ୍ତି ଏକ ସପୁରୀ ଖାଉଥିଲା ବେଳେ ବିସ୍ଫୋରଣ ହେବାରୁ ତା ପାଟି ଏକପ୍ରକାର ଜଳି ଯାଇଥିଲା। । ପରେ ମେ ୨୭ରେ ଏକ ନଦୀ ମଧ୍ୟରେ ଠିଆ ହେବା ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲା।

ତେବେ ଏହି ଅଞ୍ଚଳର ଗ୍ରାମବାସୀମାନେ ନିଜ ଜମିକୁ ବଣୁଆ ଜନ୍ତୁମାନଙ୍କଠାରୁ ରକ୍ଷା କରିବା ପାଇଁ ପ୍ରାୟତଃ ବିସ୍ଫୋରକରେ ଭର୍ତ୍ତି ଖାଦ୍ୟ ପଦାର୍ଥର ବ୍ୟବହାର କରନ୍ତି।

 

Leave A Reply

Your email address will not be published.