Latest Odisha News

ବିଜାପୁରରେ ଏନକାଉଣ୍ଟର ,ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା । ମୃତ ମାଓବାଦୀ ଜଣକ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ଘଟଣା ସ୍ଥଳରୁ ବହୁ ପରିମାଣର ବିସ୍ପୋରୋକ ସହ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।ମାଓବାଦୀଙ୍କ ପାଲଟା ଗୁଳିବିମିମୟରେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି।

ଏହି ମାଓବାଦୀର ମୁଣ୍ଡକୁ ନେଇ ଛତିଶଗଡ ସରକାର ତିନି ଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଥିଲେ  । ବିଜାପୁରର କେକା ଓ ମେସଲା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏନେଇ ଡିଆରଜି ଓ ସିଆରପିଏଫ୍ ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନ ମାନଙ୍କ ଗୁଳି ବିନିମୟରେ ମାଓବାଦୀ ନିହତ ହୋଇଛନ୍ତି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଫଳରେ ଅନେକ ମାଓବାଦୀ ଘଟଣା ସ୍ଥଳ ଛାଡି ପଳାଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.