Latest Odisha News

BREAKING NEWS

ଏପ୍ରିଲ ୨୯ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା, ଅଫଲାଇନରେ ଏକଜାମ୍

ଭୁବନେଶ୍ୱର: ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁ଼ଲ ଶିକ୍ଷକ ନିଯୁକ୍ତ ହେବେ ।

ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ମାଟ୍ରିକ ମୂଲ୍ୟାୟ ୩ଟି ପଦ୍ଧତିରେ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଥମ ପଦ୍ଧତି ହେଲା ସମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ । ଦ୍ୱିତୀୟ ପଦ୍ଧତି ହେଲା ସମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ ।

ତୃତୀୟ ପଦ୍ଧତି ହେଲା ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ୍ ୧ରୁ ୩୦% , ସମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ ।ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ରଖିବେ ତାହା ଚୂଡ଼ାନ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Comments are closed, but trackbacks and pingbacks are open.