ଭୁବନେଶ୍ବର: ବହୁଚର୍ଚ୍ଚିତ ରାଜ୍ୟ ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ମିଳିଛି ଅନ୍ତଃରାଜ୍ୟ ଲିଙ୍କ୍ । ଏହି ମାମଲାରେ ସିବିଆଇ ବିହାରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ମାମଲାରେ ସିବିଆଇ ତଦନ୍ତ ଦାୟିତ୍ବ ନେବା ପରେ ଚତୁର୍ଥ ଗିରଫଦାରି। ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏପର୍ଯ୍ୟନ୍ତ ଅନେକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛି।
ସିବିଆଇ ଗିରଫ ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି। ପଚରାଉଚୁରା ସମୟରେ ଅଧିକ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।
ପୋଲିସ ଏସଆଇ ନିଯୁକ୍ତ ଦୁର୍ନୀତି ମାମଲାରେ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା। କିନ୍ତୁ ମାମଲାରେ ଅନ୍ତଃରାଜ୍ୟ ଲିଙ୍କ ସାମ୍ନାକୁ ଆସିବା ପରେ ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁର୍ନୀତିର ଚେର ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥିବାର ସନ୍ଦେହ କରାଯାଉଛି।
Comments are closed.