Latest Odisha News

BREAKING NEWS

ରାଉରକେଲାରେ ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ

ରାଉରକେଲା: ରାଉରକେଲାରେ ଆଉ ଜଣେ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଯାହା ଫଳରେ ଓଡିଶାର ଏବେ ଆରୋଗ୍ୟଙ୍କ ସଂଖ୍ୟା ୬୩କୁ ଛୁଇଁଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ସୁନ୍ଦରଗଡରେ ମୋଟ ୧୨ଟି କରୋନା ପଜିଟିଭ ମାମଲା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରହିଥିବା ବେଳେ ୧୮୦ଟି ସକ୍ରିୟ ମାମଲା ରହିଛି। ଏହାଛଡା ୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.