Latest Odisha News

BREAKING NEWS

୭ ଦିନ, ୭ ଜିଲ୍ଲାରେ ୬୫ ସୁରତ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର : ପଶ୍ଚିମଂବଙ୍ଗ ପରେ ଚିନ୍ତା ବଢାଇଲେଣି ସୁରତ ଫେରନ୍ତା । ପ୍ରତିଦିନ ସାମ୍ନାକୁ ଆସୁଛି ପଜିଟିଭ୍ କେସ୍ । କେତେବେଳେ ୭ ତ କେତେବେଳେ ୧୭ । ସୁରତ ଫେରନ୍ତାଙ୍କ ସଂଖ୍ୟା ଉପରମୁହାଁ । ସାତ ଦିନରେ ରାଜ୍ୟର ତିନିଟି ଜୋନରୁ ୬୫ ସୁରତ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି ।

ଏମାନଙ୍କ ଭିତରେ ସର୍ବାଧିକ ଆକ୍ରାନ୍ତ ଗଂଜାମ ଜିଲ୍ଲାର । ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୭ । ଏଥିରୁ ୪୬ଜଣ ସୁରତରୁ ଫେରିଥିଲେ ଓ ଜଣେ କେରଳ ଫେରନ୍ତା ।

ସେହିପରି ଜଗତସିଂହପୁରରୁ ୫ ଜଣ, ମୟୂରଭଂଜରୁ ୪ ଜଣ, ଭଦ୍ରକ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କରୋନା ମୁକ୍ତ ଥିବା କଟକ ଜିଲ୍ଲା କରୋନା ଯୁକ୍ତ ହୋଇଛି । ତିଗିରିଆରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିଭଳି କେନ୍ଦ୍ରାପଡାରୁ ୫ ଜଣ ସୁରତ ଫେରନ୍ତା ବି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁରତ ଫେରନ୍ତା ହେଉଛନ୍ତି ୨୬ ଦଶମିକ ୫ ପ୍ରତିଶତ । ଏମାନେ ଆସିବା ପରେ ଗଂଜାମ ଜିଲ୍ଲା ରେଡ୍ ଜୋନକୁ ଯାଇଥିବା ବେଳେ ମୟୁରଭଂଜ ଓ ଜଗତସିଂହପୁର ଅଂରେଜ ଜୋନରେ ସାମିଲ ହୋଇଛନ୍ତି ।
ଆଗକୁ କେନ୍ଦ୍ରାପଡା ମଧ୍ୟ ରେଡ ଜୋନରେ ସାମିଲ ହୋଇପାରେ ।

ସୁରତରୁ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ବସ ଯୋଗେ ଫେରିଛନ୍ତି । ସେହିପରି କେରଳ, କର୍ଣ୍ଣାଟକରୁ ମଧ୍ୟ ବହୁ ଲୋକ ଟ୍ରେନରେ ରାଜ୍ୟକୁ ଫେରିଛନ୍ତି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.