Latest Odisha News

ଚିନ୍ତା ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା, ଯାଜପୁରରୁ ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାଜପୁରୁର ଚିହ୍ନଟ ହୋଇଛନ୍ତି ଏହି ଆକ୍ରାନ୍ତ ଜଣକ । ସେ ଜଣେ ୫୭ ବର୍ଷୀୟ ପୁରୁଷ । ସେ ପଶ୍ଚିମବଙ୍ଗ ଫେରନ୍ତା, ତାଙ୍କୁ କ୍ୱାରେଂଟିନ୍‌ରେ ରଖାଯାଇଥିଲା । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଂଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ରାଜ୍ୟରେ ଏହି ନୂଆ କରୋନା ପଜିଟିଭକୁ ମିଶାଇ ୧୮୦କୁ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.