Latest Odisha News

ରାଜ୍ୟରେ ଆଉ ଜଣେ ଡାକ୍ତରଙ୍କ ମୁଣ୍ଡ ନେଲା କରୋନା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାରେ ବଢୁଛି କରୋନା ପ୍ରକୋପ। ବର୍ତ୍ତମାନ ସୁଦ୍ଧା ଏହି ମହାମାରୀ ପ୍ରଭାବରେ ଗଲାଣି ୨୫ କୋଭିଡ଼୍ ଯୋଦ୍ଧାଙ୍କ ଜୀବନ।

ରବିବାର ଦିନ ପ୍ରାଣ ହରାଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧା । କରୋନାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ ପ୍ରଥମ ଘଟଣା।

ସୂଚନା ଅନୁସାରେ, ଏହି କୋଭିଡ ଯୋଦ୍ଧା ଥିଲେ ପୁରୁଷୋତ୍ତମପୁର ବ୍ଲକ୍‌ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ତଥା ଅଧୀକ୍ଷକ ଡାକ୍ତର ବି.କ୍ରିଷ୍ଣା(୪୩)ଙ। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କ୍ରିଷ୍ଣା ଗଞ୍ଜାମ ଜିଲ୍ଲାରର କୋଭିଡ୍‌ ମୁକାବିଲା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ଗତ ୪ ତାରିଖରେ ସେ ସ୍ବାବ୍‌ ପରୀକ୍ଷା କରାଇଥିଲେ ଯାହାର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୁବନେଶ୍ବର କିମ୍ସ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ୩ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Comments are closed.