Latest Odisha News

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ପାଞ୍ଚ ଦିନ ହେବ ବର୍ଷୁଛି । ମାଲକାନଗିରି ଜିଲ୍ଲାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ନଦୀ ଅବବାହିକା ଅଞ୍ଚଳ ଜଳମଗ୍ନ ହୋଇଛି । ଲାଗି ରହିଛି ବନ୍ୟା ପରିସ୍ଥିତି । କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୪-୫ ଫୁଟ୍ ପାଣି । କାଲିମେଳା-ମୋଟୁକୁ ଆଜି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

କେଉଁଠି ପୋଲ ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ନଦୀ ଉଛୁଳି ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାଡ଼ି ଯାଇଛି । ବାଲିଚର ହୋଇଛି ହଜାର ହଜାର ହେକ୍ଟର ଚାଷ ଜମି ତଳି ଅଞ୍ଚଳର ଗାଁଗଣ୍ଡାରେ ବି ପାଣି ପଶିଛି । ମାଲକାନଗିରି ଜିଲ୍ଲାର ୩୪ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଶିଛି ।

ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ସ୍ୱାଭାବିକାଠାରୁ ଅଧିକ ବର୍ଷିଲାଣି । ଲଗାଣ ବର୍ଷା ଜିଲ୍ଲାରେ ସୃଷ୍ଟି କରିଛି ବନ୍ୟା ପରିସ୍ଥିତି । ପ୍ରଭାବିତଙ୍କ ସରକାରଙ୍କ ପକ୍ଷରୁ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.