Latest Odisha News

BREAKING NEWS

ଆଜି ପରୀକ୍ଷାର୍ଥୀଙ୍କ ପାଇଁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଚାଲିବ ପୁରୀରୁ ଟାଟାନଗର

ଭୁବନେଶ୍ବର: ପରୀକ୍ଷା ସମୟରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ଶୁକ୍ରବାର ପୂର୍ବତଟ ରେଳ ପକ୍ଷରୁ ଆଉ ଏକ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନଟି ପୁରୀରୁ ଟାଟାନଗର ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ, ଏହି ଟ୍ରେନଟି ସକାଳ ୭ ଟାରୁ ପୁରୀ ରେଳଷ୍ଟେସନରୁ ବାହାରି ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ହିଜିଲି ଇ ଘଟଶିଳା ଆଦି ଦେଇ ଟାଟାନଗରରେ ପହଁଞ୍ଚିବ ।
ଏହି ଟ୍ରେନରେ ଜେନେରାଲ କୋଚ ରହିବ । ପରୀକ୍ଷାର୍ଥୀ ମାନେ ଜେନେରାଲ ବୁକିଙ୍ଗ କାଉଣ୍ଟରରୁ କିମ୍ବା ଅନଲାଇନରେ ଟିକେଟ ବୁକ କରି ପାରିବେ ।

ସୂଚନାଯୋଗ୍ୟ, ସେନାରେ ଯୋଗ ଦେବା ପାଇଁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ବୁଧବାର ଦିନ ପୂର୍ବତଟ ରେଳ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଇଥିଲା ।

ପ୍ରଥମ ଟ୍ରେନଟି ଭୁବନେଶ୍ୱର ଷ୍ଟେସନରୁ ବାହାରି ବ୍ରହ୍ମପୁର, ବିଜୟାନଗରମ ଓ ରାୟଗଡା ଦେଇ କୋରାପୁଟ ଅଭିମୁଖେ ଯାତ୍ରା କରିଥିଲା ।

ସେହିପରି ଅନ୍ୟ ଟ୍ରେନଟି ପୁରୀ ରେଳଷ୍ଟେସନରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ବଲାଙ୍ଗୀର ଓ ଝାରସୁଗୁଡ଼ା ଦେଇ ସମ୍ବଲପୁର ଅଭିମୁଖେ ଯାଇଥିଲା ।

Leave A Reply

Your email address will not be published.