Latest Odisha News

BREAKING NEWS

ରାଜ୍ୟରେ ପୁଣି ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ କୋଭିଡ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତର କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଡାକ୍ତରଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ଗଣମାଧ୍ୟମକୁ ସୂଚନା ଦେଇ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି ଯେ ସମ୍ପୃକ୍ତ ୩୫ ବର୍ଷିୟ ଡାକ୍ତରଙ୍କୁ ଭୁବନେଶ୍ୱରର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏଥିସହିତ ଜିଲ୍ଲାରେ ମୋଟ କରୋନା ପଜିଟିଭ ମାମଲା ୩୨କୁ ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଟକସ୍ଥିତ ସିଟି ହସ୍ପିଟାଲର ଜଣେ ଡାକ୍ତର ଏବଂ ଭୁବନେଶ୍ୱର ଏମ୍ସର କନିଷ୍ଠ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

Comments are closed.