Latest Odisha News

BREAKING NEWS

‘ସିଙ୍ଗର’ ନୁହେଁ ଏ ହେଉଛନ୍ତି ‘ସିରିୟଲ୍ କିସର’: ପୁଣି ଭାଇରାଲ ହେଲା ଉଦିତଙ୍କ କିସିଙ୍ଗ ଭିଡିଓ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ବିବାଦ। ନିକଟରେ ଉଦିତଙ୍କ କିସିଙ୍ଗ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା । ଏହାପରେ ସୋସିଆଲ ମିଡିଆରେ ଉଦିତଙ୍କ କିଛି ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କିଛି ଗାୟିକାଙ୍କୁ ଚୁମ୍ବନ କରୁଥିବା ଦେଖିବାକୁ ମିଳିଥିଲା । ଏହି ପୁରୁଣା ଭିଡିଓ ଭାଇରାଲ ହେବା ପରେ ଅନେକ ଟ୍ରୋଲର ଶିକାର ହୋଇଥିଲେ ଗାୟକ ।

ଏହାରି ଭିତରେ ଉଦିତଙ୍କ ଆଉ ଏକ କିସିଙ୍ଗ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଦିତ ଜଣେ ମହିଳା ପ୍ରଶଂସକଙ୍କୁ ଲିପ୍ କିସ୍ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖି କିଛି ଦର୍ଶକ ତାଙ୍କୁ ‘ସିରିୟଲ୍ କିସର’ର ନାଁ ଦେଇସାରିଲେଣି ।  ଭାଇରାଲ ଭିଡିଓରେ, ଅନେକ ମହିଳା ପ୍ରଶଂସକ ଷ୍ଟେଜ ପାଖରେ ଉଦିତଙ୍କ ସହ ସେଲଫି ନେଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ, ଉଦିତ୍ ଜଣକ ଜଣେ ମହିଳା ପ୍ରଶଂସକଙ୍କୁ ପ୍ରଥମେ ଗାଲରେ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି ଏବଂ ତା’ପରେ ସେ ପୁଣି ତାଙ୍କ ଓଠରେ ଚୁମ୍ବନ ଦେଉଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।

କହିରଖୁଛୁ ଯେ ଗତ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଗାୟକ ମହିଳା ପ୍ରଶଂସକଙ୍କ ସହ ଏପରି କାମ କରୁଥିବାର ଜଣାପଡିଛି । ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଘନଉଛି । ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବହୁତ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡୁଛି । ଅନେକ ନେଟିଜେନ ଗାୟକଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ଏବେ ଏକ ନୂତନ ସିରିଏଲ କିସର ବଜାରକୁ ଆସିଛି। କେହି କେହି କହୁଛନ୍ତି ଯେ ସିଙ୍ଗର ନୁହେଁ ଏ ହେଉଛନ୍ତି ‘ସିରିୟଲ୍ କିସର’ ।

Comments are closed.