Latest Odisha News

ପୂର୍ବ ଶତ୍ରୁତାରୁ ପୁରୀରେ ହତ୍ୟାକାଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ଏମାର ମଠ ଚକଡା ନିକଟରେ ବୋହିଲା ରକ୍ତର ନଦୀ । ଆପୋଷ ଶତ୍ରୁତାକୁ କେନ୍ଦ୍ର କରି ରକ୍ତର ହୋଲି ଖେଳିଲେ ଦୁଇ ଗୋଷ୍ଠୀ । ଶିବରାମ ପାତ୍ର ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କର।ଯାଇଥିବା ଜଣାପଡିଛି ।

ମୃତକ ଜଣକ ତଳୁଚିଆ ସାହିର ନାନୁ ପାତ୍ରଙ୍କ ପୁଅ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡକୁ ନେଇ ଶ୍ରୀକ୍ଷେତ୍ରରେ ଚାଂଚଲ୍ୟ ଖେଳିାଇଥିଲାବେଳେ ଘଟଣାସ୍ଥଳରେ ପଡି ରହିଥିଲା ମୃତ ଶିବରାମ ପାତ୍ରଙ୍କ ମୃତଦେହ । ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

ପରିସ୍ଥିତି ଆୟତ କରିବାକୁ ଯାଇ ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

ହତ୍ୟାକାଣ୍ଡ ବିଷୟରେ ପୋଲିସ ତନାଘନା ଆରମ୍ଭ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ହତିଆରକୁ ଜବତ କରିବା ସହ ମୁଖ୍ୟ ଅଭିୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଅନ୍ୟଟେ ତଦନ୍ତ ଚାଲିଥିବାବେଳେ ମୁଖ୍ୟ ଅଭିୁକ୍ତକୁ ପୋଲିସ ଜେରା ଚଳାଇଥିବା ସୂଚନା ରହିଛି ।

Leave A Reply

Your email address will not be published.