Latest Odisha News

BREAKING NEWS

ମେକଡୋନାଲ୍ଡସ କୋଲଡ୍ରିଙ୍କରୁ ବାହାରିଲା ଝିଟିପିଟି

ଭୁବନେଶ୍ୱର: ଅହମଦାବାଦର ମେକଡୋନାଲ୍ଡ ରେସ୍ତୋରାଁ ରେ କୋଲଡ୍ରିଙ୍କରୁ ମଲା ଝିଟିପିଟି ବାହାରିଛି । ଦେଶୀ କିମ୍ବା ଶସ୍ତା କୋଲିଡ୍ରିଙ୍କ ନୁହେଁ । ବିଭିନ୍ନ ସ୍ତର ଦେଇ ଯାଞ୍ଚ ହୋଇ ଆସୁଥିବା ଦାମୀ ବ୍ରାଣ୍ଡେଡ କୋଲଡ୍ରିଙ୍କରୁ ବାହାରିଛି ଏଭଳି ବିଷାକ୍ତ ଜୀବ । ଅହମଦାବାଦ ମେକଡୋନାଲ୍ଡସରେ ଜଣେ ଗ୍ରାହକ ଏହି ଅଭିଯୋଗ କରିଛନ୍ତି ।

ଦୁଇ ସାଙ୍ଗ କୋଲଡ୍ରିଙ୍କ ପିଉଥିବା ବେଳେ ଜଣଙ୍କ ଗ୍ଲାସରୁ ଏକ ମଲା ଝିଟିପିଟି ବାହାରିଥିଲା । ସେମାନେ ମେକଡୋନାଲ୍ଡସ ମ୍ୟାନେଜରଙ୍କୁ ଜଣାଇଥିଲେ ବି ସେ ଟଙ୍କା ଫେରସ୍ତ କରିଦେବେ କହି ଚୁପ୍ ରହିଗଲେ । କିଛି କାର୍ଯ୍ୟାନୁଷ୍ଠାନ ହେଲାନି ।

ଭାର୍ଗବ ଯୋଶୀ ନାମକ ବ୍ୟକ୍ତି ଏହାର ଏକ ଭିଡିଓ କରି ଟ୍ୱିଟରରେ ପୋଷ୍ଟ କରିଦେଲେ । ଅହମଦାବାଦ ମୁନିସିପାଲ କର୍ପୋରେସନ ଏବଂ ପୋଲିସକୁ ଟ୍ୟାଗ୍ କରିଥିଲେ । ଏହା ପରେ ଏଏମସି ଏବଂ ପୋଲିସ ଯାଞ୍ଚ କରି ମେକଡୋନାଲ୍ଡସକୁ ସିଲ୍ କରିଛନ୍ତି । ଆଉ ସେହି କୋଲଡ୍ରିଙ୍କକୁ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପଠାଇଛନ୍ତି ।

Leave A Reply

Your email address will not be published.