Latest Odisha News

BREAKING NEWS

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏକ ସମିତି ଗଠନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ କରାଯାଇଛି। ଏହି ସମିତି ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପରେ ତାର ରିପୋର୍ଟ ଦେବ । ଏହା ପରେ ଗୋଟିଏ ସମୟରେ କେନ୍ଦ୍ର ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବ ନା ନାହିଁ ସେ ଉପରେ ନିଷ୍ପତ୍ତି ନିଆଯିବ ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅର୍ଥ ଦେଶରେ ହେବାକୁ ଥିବା ସମସ୍ତ ନିର୍ବାଚନ ଗୋଟିଏ ସାଥୀରେ ହେବ । ଦେଶ ସ୍ୱାଧୀନ ହେବା ପରେ ପରେ କିଛି ଦିନ ପାଇଁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉଥିଲା । କିନ୍ତୁ ପରେ ପରେ ଏହି ପ୍ରଥା ଲୋପ ପାଇ ବିଧାନସଭା ଓ ଲୋକସଭା ନିର୍ବାଚନ ଅଲଗା ଅଲଗା କରାଗଲା।

ଏପଟେ କେନ୍ଦ୍ର ସରକାର ଆସନ୍ତା ୧୮ରୁ ୨୨ ତାରିଖ ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି । ଏହି ଅବସରରେ ଦେଶରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆସିପାରେ । ଦେଶରେ ଗୋଟିଏ ନିର୍ବାଚନକୁ ନେଇ କିଛିଦିନ ହେଲା ବିତର୍କ ହୋଇ ଆସୁଛି । ଏ ନେଇ ଚଳିତବର୍ଷ ଜାନୁଆରୀରେ ଆଇନ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ ସେମାନଙ୍କର ମତ ମାଗିଥିଲେ । ତେବେ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବାକୁ ଚାହୁଁଥିବାବେଳେ ଆପ ଏବଂ ଅନ୍ୟ କେତେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ବହୁ ଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । 

Leave A Reply

Your email address will not be published.