Latest Odisha News

‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍: ବଦଳିବ ସମ୍ବିଧାନର ଏହି ସବୁ ଧାରା….

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ଏକକ ନିର୍ବାଚନ ବିଲ୍ “ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ” । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିବା ବେଳେ ଏହାକୁ ନେଇ ଏବେ ଚାଲିଛି ମହାବିତର୍କ । ବିରୋଧର ଇଣ୍ଡି ମେଣ୍ଟ ଏହାକୁ ଦୃଢ ବିରୋଧ କରିଥିବା ବେଳେ ଏଥିରେ ସମର୍ଥନ ଜଣାଇଛନ୍ତି ଏନଡିଏ ମେଣ୍ଟର ସହଯୋଗୀ ଦଳ । ଯାହାକୁ ନେଇ ଏବେ ଚାଲିଛି ଭୋଟ ପ୍ରକ୍ରିୟା । ଏନେଇ ଇଭିଏମରେ ଏକକ ବିଲ୍ ପାଇଁ ଭୋଟ ପ୍ରକ୍ରିୟା ଚାଲିଛି । ଯେଉଇଁଥିରେ ମୋଟ ୪୭ ଦଳ ନିଜର ମତ ଦେିଛନ୍ତି । ଏଥିରୁ ୩୨ ଜଣ ସପକ୍ଷରେ ରହିଥିବା ବେଳେ ୧୫ ଦଳ ବିଭିନ୍ନ କାରଣ ଦର୍ଶାଇ ଏହାକୁ ବିରୋଧ କରିଛନ୍ତି ।

ତେବେ ଏଯଦି ଏହି ଆଇନ ଆସେ ତାହାଲେ ସମ୍ବିଧାନରେ କିଛିଟା ସଂଶୋଧନ ଆବଶ୍ୟକ ହେବ । ଏକକାଳୀନ ନିର୍ବାଚନ ପାଇଁ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ମଧ୍ୟରେ ରହିଛି, ଧାରା ୮୩ (ସଂସଦର ଉଭୟ ଗୃହର ସମୟରେ ସଂଶୋଧନ), ଧାରା- ୮୫ (ରାଷ୍ଟ୍ରପତିଙ୍କ ଦ୍ବାରା ଲୋକସଭା ଭଙ୍ଗ), ଧାରା- ୧୭୨ (ବିଧାନସଭା ସମୟସୀମା ବା ଅବଧି), ଧାରା-୧୭୪ (ବିଧାନସଭା ଭଙ୍ଗ), ଧାରା-୩୫୬ (ରାଜ୍ୟରେ ରାଷ୍ଟ୍ରପତି ଶାସନ), ଧାରା- ୩୨୪ (ନିର୍ବାଚନ କମିଶନଙ୍କ କ୍ଷମତା)

କେମିତି ହୁଏ ସଂସଦରେ ବିଲ୍ ପାରିତ?

ତେବେ ପ୍ରଥମେ ଏହି ବିଲ୍ ଉପସ୍ଥାପିତ ହେବା ପରେ ଲୋକଙ୍କ ମତାମତ ସହିତ ସଂସଦର ଉଭୟ ଗୃହରେ ଉପସ୍ଥାପିତ କରାଯାଏ । କୌଣସି ମନ୍ତ୍ରୀ କିମ୍ବା ଜଣେ ବ୍ୟକ୍ତିଗତ ବ୍ୟକ୍ତି ବିଶେଷ ମଧ୍ୟ ଏହି ବିଲକୁ ପ୍ରଥମେ ଲୋକସଭାରେ ପଢନ୍ତି । ଏହାକୁ ନେଇ ଲୋକସଭା ସଭାପତି ସମସ୍ତ ଦଳଙ୍କ ମତ ନିଅନ୍ତି । ଏହା ପରେ ଭୋଟ ଗ୍ରହଣ ହୁଏ । ଭୋଟ ଗ୍ରହଣ ବେଳେ ଏହା ବହୁମତ ହାସଲ କଲାପରେ ଏନେଇ ଗୃହର ସଭାପତିଙ୍କ ଅନୁମତି ଅନୁଯାୟୀ ଏହା ରାଜ୍ୟସଭାରେ ପାରିତ ହେବ । ଆଉ ଯଦି ବିଲଟି ସଂସଦର ଉଭୟ ଗୃହରେ ବହୁମତ ସହ ପାରିତ ହୁଏ, ତେବେ ଏହାପରେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହ ଏହା ଆଇନରେ ପରିଣତ ହେବ । ତାପ ରେ ଯାଇ ଏହା ଦେଶରେ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.