Latest Odisha News

ଆଜି ସଂସଦରେ ପାରିତ ହୋଇପାରେ ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍’ ବିଲ୍

ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ମୋଦି ସରକାର ତାଙ୍କର ବହୁ କଥିତ ଗୋଟିଏ ଦେଶ ଏବଂ ଗୋଟିଏ ନିର୍ବାଚନ ବଲ୍ ପାରିତ କରିପାରନ୍ତି । ଏନେଇ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପ୍ରସ୍ତାବ ପଠାଯାଇପାରେ । ଲୋକସଭା ତଥା ରାଜ୍ୟସଭା ପାଇଁ ହେଉଥିବା ନିର୍ବାଚନକୁ ଏକାଠି ଭାବେ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ବିଲ୍ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ କମିଟିର ସୁପାରିଶ କ୍ରମେ ଅନୁମୋଦିତ ହୋଇଥିଲା । ଯାହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମଧ୍ୟ ଦେଇସାରିଛି ।

ଯାହାକୁ ନେଇ ସରକାର ବିସ୍ତୁତ ଆଲୋଚନା ଚାହୁଁଛନ୍ତି । ବର୍ତ୍ତମାନ ଏହି ବିଲ୍ ନେଇ ବିସ୍ତୃତ ଆଲୋଚନା ପାଇଁ ମିଳିତ ସଂସଦ କମିଟି କିମ୍ବା ଜେପିସି ନିକଟକୁ ପଠାଇ ପାରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏଥିରେ ଥିବା ବିରୋଧୀ ପକ୍ଷ ମଧ୍ୟ ଏହା ଉପରେ ମତ ଦିଅନ୍ତୁ ବୋଲି ରାୟ ରଖିଛନ୍ତି ସରକାର । ଏହାଛଡା ସବୁ ରାଜ୍ୟର ବାଚସ୍ପତିଙ୍କ ସହ ବି ଆଲୋଚନା କରିବା ସହିତ ବୁଦ୍ଧିଜୀବି ଏବଂ ସାଧାରଣ ନାଗରିକଙ୍କ ମନ୍ତବ୍ୟ ମଧ୍ୟ ଏଥିରେ ନିଆଯାଇପାରେ ବୋଲି ଚର୍ଚ୍ଚା ।

ତେବେ ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ  କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ  । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବା ବେଳେ  ଆଉ ୧୫ ଦଳ ଏଥିରେ କୌଣସି ମତ ରଖିନଥିଲେ । ୨୦୨୪ ଲୋକସଭା ନିର୍ବାଚନ ବେଳେ ଘୋଷଣାପତ୍ରରେ ଏ ନେଇ  ବିଜେପି କାମ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ସ୍ବାଧୀନତା ଦିବସ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସମସ୍ତେ ଆଗେଇ ଆସିବାକୁ ଅପିଲ କରିଥିଲେ । ଯାହାକ ଆଜି ସଂସଦ ଗୃହରେ ସରକାର ପାରିତ କରିବା ନେଇ ଚର୍ଚ୍ଚା ।

Comments are closed.