Latest Odisha News

BREAKING NEWS

ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ପ୍ରତିକ୍ଷା ପରେ ଆଜି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍ । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ସେପଟେ ସରକାରଙ୍କ ଏହି ବିଲକୁ ଏନଡିଏ ସମର୍ଥନ କରିଥିବା ବେଳେ ଏହାକୁ ବିରୋଧ କରିବାକୁ ବିରୋଧିମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ।

କିଛି ଦିନ ତଳେ ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ସାମିଲ କରିଥିଲା ।ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ମିଳିଛି। ତେବେ ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। କେନ୍ଦ୍ର ସରକାରଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ସମ୍ପ୍ରତି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବିଲ୍ ପାରିତ ହେଲେ ଗୋଟିଏ ସମୟରେ ନିର୍ବାଚନ ହେବ । ତେବେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତିକୁ ବିରୋଧୀ ଦଳଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟୀ ବିରୋଧ କରି ଆସୁଛନ୍ତି । ଏହା ଦ୍ୱାରା କେନ୍ଦ୍ରରେ ଥିବା ସରକାରୀ ଦଳକୁ ଫାଇଦା ହେବ । କିନ୍ତୁ ଏନଡିଏ ସମର୍ଥିତ ଦଳଗୁଡ଼ିକ ‘ୱାନ ନେସନ୍-ୱାନ୍ ଇଲେକ୍ସନ୍’ ପୂର୍ଣ୍ଣ ସହମତ ଦେଉଛନ୍ତି ।

 

 

Leave A Reply

Your email address will not be published.