Latest Odisha News

BREAKING NEWS

ବଜ୍ରପାତରେ ବୃଦ୍ଧଙ୍କର ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଘଡଘଡି ଓ ବଜ୍ରପାତ ଫଳରେ ରବିବାର ଦିନ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ଶରତ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶ୍ରୀ ନାୟକ ପାଖାପାଖି ଦିନ ୨ଟା ବେଳେ ଛେଳି ଚରେଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ପରେ ଅପରାହ୍ନ ସମୟରେ ପ୍ରବଳ ଘଡଘଡି ଓ ବର୍ଷା ହେବା ଯୋଗୁଁ ସେ ନିକଟରେ ଥିବା ଏକ ବରଗଛ ମୂଳକୁ ଚାଲି ଯାଇଥିଲା। ହେଲେ ବଜ୍ରାଘାତ ଘଟିବାରୁ ଗଛଟି ଜଳି ଯାଇଥିବା ବେଳେ ଶରତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ତେବେ ଶରତଙ୍କର ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପୁଅ ଖୋଜାଖୋଜି କରିଥିଲା ବେଳେ ସେହି ଗଛମୂଳରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।

ଏନେଇ ତାରସିଂ ପୋଲିସକୁ ଖବର ଦିଆଯାଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠେଇ ଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.