Latest Odisha News

BREAKING NEWS

କ୍ବାରେନଣ୍ଟାଇନ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ପୁଣି ଅଭିଯୋଗ କଲେ ଅନ୍ତେବାସୀ

କୋଦଳା:ବେଗୁନିଆପଡା ବ୍ଲକ ମଠ ସରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ମଠବ୍ରହ୍ମପୁର ସଂଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି।
ଭିଡ଼ିଓ ଅନୁସାରେ, ୭ ଦିନର କ୍ବାରେନଟାଇନ ଅବଧି ବଢିବା ପରେ ସେମାନଙ୍କୁ କୌଣସି ପ୍ରକାରର ସୁବିଧା ସୁଯୋଗ ମିଳୁନଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ପ୍ରବାସୀଙ୍କ କହିବା ଅନୁଯାୟୀ ସରକାର ସେମାନଙ୍କ ପାଇଁ ଉଚିତ୍ ଅର୍ଥ ଦେଉଥିବା ବେଳେ ସେମାନଙ୍କ ପାଖରେ ଏହାର ଲାଭ ପହଞ୍ଚିପାରୁ ନାହିଁ ।

ଏପରିକି ନୋଡାଲ ଅଫିସର ଓ ସରପଞ୍ଚଙ୍କୁ ଆକ୍ଷେପ କରି କ୍ଷୋଭ ପ୍ରକାଶ କରିଛନ୍ତିଅନ୍ତେବାସୀ। ଯଦି କେହି ସେମାନଙ୍କ କଥା କେହି ନଶୁଣନ୍ତି ତାହେଲେ କ୍ବାରେନଟାଇନ ସେଣ୍ଟର ଛାଡି ସେମାନେ ଚାଲିଯିବେ ବୋଲି କହିଛନ୍ତି।

Leave A Reply

Your email address will not be published.