Latest Odisha News

BREAKING NEWS

ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ପୁଣି ଦେଖିବାକୁ ମିଳିଛି । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀମାନେ ।

ଆନ୍ଧ୍ରପ୍ରଦେଶର କୁମକୁମପୁଡ଼ି ଗ୍ରାମରେ ସନ୍ଥଳା ଜୟରାମ ନାମକ ଏକ ଯୁବକଙ୍କୁ ମାଓବାଦୀମାନେ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ।

ଆଜିଠାରୁ ମାଓବାଦୀମାନେ ମାଓପ୍ରବଣ ଅଞ୍ଚଳରେ ସହିଦ ଦିବସ ପାଳନ କରୁଛନ୍ତି । ଏହି ଦିବସ ପାଳନ ଆରମ୍ଭରୁ ହିଁ ମାଓବାଦୀମାନେ ସେମାନଙ୍କର ବର୍ବରକାଣ୍ଡ ଭିଆଇଛନ୍ତି ।

ଏହି ଘଟଣାର ଖବରପାଇ ପୁଲସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି । ସେହି ଅଞ୍ଚଳରେ ପୋଲସକୁ କେତେକ ମାଓ ପୋଷ୍ଟର ହସ୍ତଗତ ହୋଇଛି ।

Leave A Reply

Your email address will not be published.