Latest Odisha News

BREAKING NEWS

ଭୁବନେଶ୍ୱର : ଇସ୍କନ ମନ୍ଦିର ସମ୍ମୁଖ ଜବରଦଖଲ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର : ଶନିବାର ସକାଳେ ସ୍ଥାନୀୟ ୧୬ନଂ ଜାତୀୟ ରାଜପଥ କଡ଼ରେ ଜୟଦେବ ବିହାରରେ ଥିବା ଇସ୍କନ ମନ୍ଦିର ସାମ୍ନାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଏକାଧିକ ଜେସିବି ମେସିନ ଲଗାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ବିଏମସି ଓ ବିଡ଼ିଏର ମିଳିତ ସହଯୋଗରେ ହେଉଛି ।

ଏବର୍ଷ ପ୍ରବଳ ବର୍ଷାଯୋଗୁଁ ଇସ୍କନ ସାମ୍ନା ଜଳାର୍ଣ୍ଣବ ହୋଇ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଫଳରେ ଯାନବାହନ ଚଳାଚଳରେ ବ୍ୟାଘାତ ଘଟି ଛୋଟବଡ଼ ଦୁର୍ଘଟଣା ହୋଇଥିଲା । ଏଥିଲାଗି ବିଭିନ୍ନ ମହଲରେ ବିଏମସି ସମାଲୋଚନାର ଶୀକାର ହୋଇଥିଲା । ଏହି ସ୍ଥାନରେ ବର୍ଷାଜଳ ଜମିବା ନେଇ ବିଏମସି ଓ ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ବାକବିତଣ୍ଡା ହୋଇଥିଲା ।

ଦୁଇଦିନ ପୂର୍ବରୁ ଏନେଇ ଇସ୍କନ ମନ୍ଦିର ଓ ହୋଟେଲ ପ୍ରେସିଡ଼େନ୍ସି କର୍ତ୍ତୃପକ୍ଷଙ୍କୁ ବିଏମସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।

ଆଜି ସକାଳୁ ବିଏମସି ଓ ବିଡ଼ିଏର ସ୍କ୍ୱାଡ଼ ସହିତ ସ୍ଥାନୀୟ ପ୍ରଶାସନ ଏବଂ ଡ୍ରେନେଜ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟରେ ସହଯୋଗ କରୁଛନ୍ତି ।

ଗତ ୨/୩ ବର୍ଷ ହେଲା ଭୁବନେଶ୍ୱରରେ ପ୍ରବଳ ବର୍ଷା ହେଲେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡୁଛି । ଏଥର କିନ୍ତୁ ରାଜଧାନୀରେ ବର୍ଷାଜଳକୁ ନେଇ ନାହିଁ ନଥିବା ଅସୁବିଧା ଉପୁଜିଥିଲା । ବିଭିନ୍ନ ନାଳ ନର୍ଦ୍ଦମାକୁ ସାଧାରଣ ଲୋକମାନେ ବନ୍ଦ କରିଦେଇଥିବାର ଅଭିଯୋଗ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।

ତେବେ ଯାହାବି ହେଉ ବିଏମସି ରାଜଧାନୀରେ ଉପୁଜିଥିବା ଏହି ପ୍ରକାର ବର୍ଷାଜଳ ସମସ୍ୟାର ସମାଧାନ କରିବାରେ ପଦକ୍ଷେପ ନେଉଥିବାରୁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.