Latest Odisha News

ଅଟୋ ଓ ଟ୍ରାକ୍ଟର ଧକ୍କା: ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ

ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ଗିରିପାଲି ଛକ ନିକଟରେ ମଙ୍ଗଳବାର ଏକ ଅଟୋ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କୁସନପରୀ ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମ୍ବଲପୁର ସହରକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ଗିରିପାଲି ଛକ ନିକଟରେ ଏକ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଟ୍ରାକ୍ଟର ଚାଳକଙ୍କୁ ଅଟକ ରଖିଥିଲେ। ଖବର ପାଇ ସାସନ ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକଙ୍କ ଠାରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ।

Comments are closed.