Latest Odisha News

କେନ୍ଦୁଝରରେ ଭାଲୁ ଆକ୍ରମଣ; ୩ ଆହତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର କୁଣ୍ଡଳପଣୀ ଗାଁରେ ଭାଲୁ ଆତଙ୍କ। ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩ଜଣ ଭାଲୁ ଆକ୍ରମଣରେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।

ଆହତ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, କୁଣ୍ଡଳପାଣୀ ଗାଁରେ ମନୋଜ ନାମକ ଜଣେ ବ୍ୟକ୍ତି ନିଜ ଘରକୁ ଫେରୁଥିବା ବେଳେ ହଠାତ୍‌ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ମନୋଜଙ୍କ ଚିତ୍କାର ଶୁଣି ଗାଁରୁ କିଛି ଲୋକ ଦୌଡି ଆସିବାରୁ ଭାଲୁଗୁଡିକ ଘଟଣାସ୍ଥଳରୁ ପଳାଇଥିଲେ ।

ମନୋଜଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.