Latest Odisha News

ଚାଟଶାଳିରୁ ପଦ୍ମଶ୍ରୀ; ଶତାୟୁ ନନ୍ଦ ସାର୍ ଙ୍କ କାହାଣୀ

ଯାଜପୁର: ଚାଟଶାଳିରୁ ପଦ୍ମଶ୍ରୀ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମର ଚାଟଶାଳୀ ମାଷ୍ଟ୍ରେ ନନ୍ଦକିଶୋର ପୃଷ୍ଟି। ସାହିତ୍ୟ ଓ ଶିକ୍ଷା କ୍ଷତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ମିଳିବ ଦେଶର ଶ୍ରେଷ୍ଠ ପଦ୍ମଶ୍ରୀ ସମ୍ମାନ ।

ନନ୍ଦ ସାର, ବୟସ ୧୦୦ ଟପିଲାଣି । ନନ୍ଦକିଶୋର ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ବେଶ୍ ଜଣାଶୁଣା । ପିଲା ଠୁଁ ବୁଢା ସମସ୍ତେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ନନ୍ଦ ମାଷ୍ଟ୍ରେ । ବୟସ ୧୦୨ । ହେଲେ ଏବେବି ଗାଁର ଗରିବ ଅସହାୟ କୁନିକୁନି ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସେ । ବଡକଥା ହେଲା ଶିକ୍ଷାଦାନ ପାଇଁ ସେ କୌଣସି ପିଲା ବା ଅଭିଭାବକଙ୍କ ଠାରୁ ଆଦୌ କୈାଣସି ପାରିଶ୍ରମିକ ନିଅନ୍ତି ନାହିଁ

ଦିନେ ଯାହାଙ୍କ ହାତ ଧରି ଜେଜେ ଅକ୍ଷର ଚିହ୍ନୁଥିଲେ, ସେଠି ତାଙ୍କରି ନିକଟରେ ଏବେ ନାତି ନାତୁଣୀ ମାନେ ପାଠ ପଢୁଛନ୍ତି । ତିନି ପିଢି ଧରି ଶିକ୍ଷାଦାନ କରି ଆସୁଥିବା ନନ୍ଦ ମାଷ୍ଟ୍ରେଙ୍କ ଏହି ଚାଟଶାଳୀକୁ ୭୭ ବର୍ଷ ପୁରିବାକୁ ବସିଛି । ଆଉ ଆଜି ବି ପୂର୍ବ ଭଳି ଗାଁ ଦାଣ୍ଡରେ ଦୈନିକ ସକାଳ ଓ ସଂନ୍ଧ୍ୟା ଦୁଇବେଳା ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀରେ ପିଲାଙ୍କ ଭିଡ ଜମୁଛି ।

ପଦ୍ମଶ୍ରୀ ସମ୍ମାନ ପାଇଁ ନନ୍ଦ ପୂଷ୍ଟିଙ୍କ ନାଁ ଘୋଷଣା ପରେ ସେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି । ଏହାକୁ ନେଇ ସୁକିନ୍ଦା ସମେତ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ନନ୍ଦକିଶୋରଙ୍କ ନିକଟରୁ ଚାରିଆଡୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

ତାଙ୍କର ନିରବଚ୍ଛିନ୍ନ ଟାଚଶାଳୀ ଶିକ୍ଷାଦାନ ପାଇଁ ଆଜି ତାଙ୍କୁ ମିଳିଛି ଭାରତର ଅନ୍ୟତମ ଶେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନ । ସେଥିପାଇଁ ସାରା ଗାଁ ଗର୍ବିତ ବୋଲି ଗର୍ବର କହନ୍ତି କନ୍ତିରା ଗ୍ରାମର ଗ୍ରାମବାସୀ ।

Leave A Reply

Your email address will not be published.