ବିଭିନ୍ନ ପ୍ରକାର ଫସଲ,ଫଳ ଓ ପନିପରିବା ଚାଷ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ସାପ ଚାଷ ବି କରାଯାଇପାରେ, ଏହି ବିଷୟରେ ହୁଏତ କ୍ୱଚିତ୍ ଶୁଣିଥିବେ । ଶୁଣିବାକୁ ଅଦ୍ଭୁତ ମନେ ହେଉଥାଇପାରେ,କିନ୍ତୁ ଏହା ସତ୍ୟ । ଚୀନ୍ର ଏକ ଛୋଟ ଗାଁରେ ଏଭଳି ବିଷାକ୍ତ ସାପ ଚାଷ କରାଯାଇଥାଏ ।
କୁହାଯାଏ ଦେଖିଲା ସାପକୁ ଗାତରେ ପୁରାଇବା ଅନୁଚିତ୍ । ସାପର ଭୟଙ୍କର ପ୍ରବୃତିକୁ ନେଇ ଲୋକକଥାରେ ଏମିତି ଅନେକ କଥା ପ୍ରଚଳିତ ଅଛି । କିନ୍ତୁ ଏମିତି କିଛି ଗାଁ ଅଛି ଯେଉଁଠି ସାପକୁ ନେଇ ଲାଭଜନକ ଚାଷ କରାଯାଏ । ଗାଁର ନାଁ ଜିସିକ୍ୟୁ । ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନ୍ର ଏକ ଗାଁ । ଏହି ଗାଁର ଜନସଂଖ୍ୟା ହଜାରେରୁ ଅଧିକ । ଏଠାରେ ବସବାସ କରୁଥିବା ପ୍ରାୟ ସମସ୍ତେ ସାପ ଚାଷ ଭଳି ଏକ ଅଦ୍ଭୁତ ଚାଷ କାର୍ଯ୍ୟ ସହିତ ଜଡ଼ିତ ଥାନ୍ତି । ସାପ ଚାଷ ପାଇଁ ଏହି ଗାଁ ସାରା ବିଶ୍ୱରେ ପ୍ରସିଦ୍ଧ । ବିଷଧର ତଥା ଭୟଙ୍କର ମନେ ହେଉଥିବା ବିଭିନ୍ନ ପ୍ରଜାତିର ସାପର ପ୍ରଜନନ ଏହି ଜିସିକ୍ୟୁ ଗାଁରେ କରାଯାଇଥାଏ । ସେ ଭିତରେ କୋବ୍ରା, ପାଇଥନ୍ ଭଳି ବିଭିନ୍ନ ପ୍ରକାର ବିଷାକ୍ତ ସାପ ଚାଷ କରାଯାଇଥାଏ ।
ଏଠାରେ ଲୋକମାନେ ସାପର ମାଂସ ବିକ୍ରି କରି ବହୁତ ଲାଭବାନ ହୋଇଥାନ୍ତି । ଯେହେତୁ ଚାଇନାରେ ସାପ ମାଂସ ଅଧିକ ଚାହିଦା ରହିଛି । ତେଣୁ ଏହି ଗାଁରେ ସାପ ଚାଷ କରାଯାଏ । କେବଳ ମାଂସରୁ ନୁହେଁ, ଗାଁର ଲୋକମାନେ ମଧ୍ୟ ସାପର ବିଷ ବିକ୍ରି କରି ଭଲ ରୋଜଗାର କରିଥାନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ସାପର ମାଂସରୁ ସ୍ନାକ୍ସ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଇଥାଏ ।
BREAKING NEWS
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ

Comments are closed.