Latest Odisha News

ଚୋରାଚାଲାଣ ବେଳେ ୧ ଟନ୍‌ କଇଁଛ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ରୁ ବିପୁଳ ମାତ୍ରାରେ କଇଁଛ ଜବତ ହୋଇଛି । ଆଜି ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଟନ୍ କଇଁଛ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ।

ବନବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜବତ କଇଁଛ ଗୁଡିକ ଏକ ଭ୍ୟାନ୍‌ ଯୋଗେ ଆନ୍ଧ୍ରପ୍ରଦେଶର ନରସିଂହପାଟଣାରୁ ମାଲକାନଗିରିର କାଲିମେଳା ଓ ଏମ୍‌ଭି୭୯କୁ ଚାଲାଣ ହେଉଥିଲା । ଖବରପାଇ ଚିତ୍ରକୋଣ୍ଡା ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଆଜି ଚିତ୍ରକୋଣ୍ଡା ସୀମାନ୍ତ ରାଜୁଲକୋଣ୍ଡା ଠାରେ ଏହି କଇଁଛ ବୋଝେଇ ଗାଡ଼ିଟିକୁ ରୋକି ଯାଞ୍ଚ କଲାବେଳେ ଏହି ସବୁ କଇଁଛ ଗୁଡିକୁ ଜବତ କରିଛି ।

କଇଁଛ ଗୁଡିକୁ ଗାଡିରେ ସୋଲ ପେଟିରେ ଭର୍ତ୍ତି ହୋଇ ୩୫ଟି ଅଖାରେ ରଖାଯାଇଥିଲା । ଚିତ୍ରକୋଣ୍ଡା ବନାଞ୍ଚଳ କଇଁଛ ଗୁଡ଼ିକୁ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ଅଛି ସେନେଇ ଅଧିକ ତଦନ୍ତ କରାଯାଉଛି ।

Leave A Reply

Your email address will not be published.