Latest Odisha News

ସୁରକ୍ଷାକର୍ମୀ ଗୁଳିରେ ଗଡ଼ିଲା ଆତଙ୍କୀର ମୁଣ୍ଡ

ଜମ୍ମୁ କାଶ୍ମୀର: ପୁଲଓ୍ୱାମା ଜିଲ୍ଲାରେ ଏନକାଉଣ୍ଟରେ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅବନ୍ତିପୁରାର ତ୍ରାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଗତକାଲି ରାତିରେ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ । ତ୍ରାଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପେରସନ୍ ।

ଗତକାଲି ବାରମୁଲ୍ଲା ଜିଲ୍ଲାରେ ସପୋରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ଚଳିତ ମାସରେ ଜମ୍ମୁ କାଶ୍ମୀରରେ ୧୫ଟି ଏନକାଉଣ୍ଟର ହୋଇଛି । ଯେଉଁଥିରେ ୪୩ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷା ବାହିନୀ ।

Leave A Reply

Your email address will not be published.