ନୂଆଦିଲ୍ଲୀ: ନୋଏଡାର ୪୦ ମହଲା ବିଶିଷ୍ଟ ସୁପରଟେକ ଟ୍ୱିନ ଟାୱାର ୨୮ ଅଗଷ୍ଟରେ ଭଙ୍ଗାଯିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପାରିପାଶ୍ୱର୍ୀକ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଆଉ ଅଧିକ ୭ ଦିନ ସମୟ ଦେଇଛନ୍ତି । ନୋଏଡାର ସେକ୍ଟର-୯୩ରେ ଏହି ଟ୍ୱିନ ଟାୱାର ରହିଛି । ଆଉ ଅଳ୍ପ ଦିନ ସମୟ ଥିଲେ ମଧ୍ୟ ଭାଙ୍ଗିବା ପାଇଁ ଏଜେନ୍ସି କୌଣସି ପ୍ରକାରର କାର୍ଯ୍ୟ ଆରମ୍ଭ କରି ନ ଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଟାୱାର ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଏହା ଭୁଷୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି । ବେନିୟମ ଭାବେ ନିର୍ମିତ ହେବା ଏହି ଟାୱାର ନ ଭାଙ୍ଗି ବିକଳ୍ପ ରାସ୍ତା ବାହାର କରିବା ପାଇଁ ଏକ ଘରୋଇ ଏନଜିଓ ସଂସ୍ଥା କୋର୍ଟରେ ଆବେଦନ କରିଥିଲେ । ତେବେ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଏନଜିଓ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ୫ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ଏହି ଅର୍ଥ କୋଭିଡ ପ୍ରଭାବିତ ଓକିଲଙ୍କ ପରିବାରବର୍ଗଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା
Comments are closed.