Latest Odisha News

BREAKING NEWS

ୱାନଫିଟ୍ ପ୍ଲସ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ କିଆରା ଓ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଫିଟନେସ୍ ଷ୍ଟାର୍ଟଅପ୍ ୱାନଫିଟ୍ ପ୍ଲସ୍ ସୋମବାର ଅଭିନେତ୍ରୀ କିଆରା ଆଡଭାନି ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଏହି କମ୍ପାନୀ ପ୍ରଥମ ଥର ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାର୍ଡ୍‌ ଆମ୍ବାସାଡାର ଭାବେ ନିଯୁକ୍ତି କରିଛି। ଏହା ମାଧ୍ୟମରେ ଟ୍ରେଡମିଲ୍, ଇନଡୋର ବାଇକ୍ ଏବଂ ସାଇକେଲ ପରି ଫିଟନେସ୍ ଉପକରଣରକୁ ଅଧିକ କରିପାରିବ ବୋଲି କମ୍ପାନୀ ଆଶା ରଖିଛି।

ୱାନଫିଟ୍ ପ୍ଲସ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମୋହିତ ମାଥୁର କହିଛନ୍ତି ଯେ “ବ୍ୟାୟାମକୁ ଉପଭୋଗ କରାଯିବା ଉଚିତ ଯାହା ଦ୍ବାରା ଏହା ସ୍ଥାୟୀ ହୋଇପାରିବ।

ବ୍ୟାୟାମରୁ ପ୍ରୟାସକୁ ହଟାଇବା ଏବଂ ମଜାଳିଆ ଏବଂ ସୁଗମ  ଢଙ୍ଗରେ ଲୋକମାନଙ୍କୁ ସେମାନଙ୍କର ଫିଟନେସ୍ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବାରେ ଏହା ଏକ ନୂତନ ପ୍ରୟାସ ହେବ ବୋଲି କମ୍ପାନୀ କହିଛି।

ଏହି କମ୍ପାନୀ ପ୍ରଥମେ ୨୦୧୭ରେ ଆରମ୍ଭ ହୋଇଥିଲା। ହେଲ୍‌ଥ ଆପରେ ଏହା ୮୫ ହଜାର ଥର ଡାଉନଲୋଡ୍ କରିବାକୁ ଦାବି କରିଛି କମ୍ପାନୀ।

Comments are closed.