Latest Odisha News

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା

ମୁମ୍ବାଇ: ଏବେ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର।

ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଅନେକ ବଲିଉଡ ସେଲିବ୍ରେଟ ମଧ୍ୟ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ସେ ଆଫ୍‌ଗାନର ମହିଳାଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରିୟା କହିଛନ୍ତି ଯେ ସେଠାରେ ମହିଳାମାନଙ୍କୁ ବିକ୍ରି କରାଯାଉଛି, ଯାହା ସମଗ୍ର ବିଶ୍ୱ ପାଇଁ ଲଜ୍ଜାଜନକ ବିଷୟ।

ରିୟା ଆଫଗାନିସ୍ତାନ ସଙ୍କଟକୁ ନେଇ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ସେୟାର୍‌ କରିଛନ୍ତି। ଏଥିରେ ରିୟା ଉଲ୍ଲେଖ କରିଛନ୍ତି ଯେ ‘ଗୋଟିଏ ପଟେ ବିଶ୍ୱ ମଜୁରୀ ସମାନତା ପାଇଁ ସଂଗ୍ରାମ କରୁଥିବାବେଳେ ଅନ୍ୟ ପଟେ ଆଫଗାନିସ୍ତାନରେ ମହିଳାଙ୍କୁ ବିକ୍ରି କରାଯାଉଛି … ସେମାନେ ବେତନ ସହ ସମାନ ହୋଇଯାଇଛନ୍ତି। ଆଫଗାନିସ୍ତାନରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଅବସ୍ଥା ଦେଖି ମୁଁ ବହୁତ ଦୁଃଖିତ। ରିୟା ତାଙ୍କ ପୋଷ୍ଟରେ ଏହି ସଙ୍କଟ ସମୟରେ ଏକଜୁଟ ହେବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.