Latest Odisha News

BREAKING NEWS

ଆସାମରେ ୩ ଓଏନଜିସି କର୍ମଚାରୀଙ୍କୁ ଅପହରଣ

ଗୌହାଟୀ: ଆସାମରେ ୩ଜଣ ଓଏନଜିସି କର୍ମଚାରୀଙ୍କ ଅପହରଣ ହୋଇଛି । ନାଗାଲାଣ୍ଡ ବର୍ଡର ନିକଟରେ ସେମାନଙ୍କ ଗାଡି ପୋଲିସ ପାଇଛି । ତେବେ କେଉଁ ଗୋଷ୍ଠୀ ଏହି କାଣ୍ଡ ଘଟାଇଛି ସେ ନେଇ ପୋଲିସ ପାଖରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ ।

ଶିବସାଗର ଜିଲ୍ଲାରେ ୨ଜଣ ଜୁନିୟର ଇଞ୍ଜିନିୟର ଓ ଜଣେ ଜୁନିୟର ଟେକନିସିଆନ୍ ଆସୁଥିବା ବେଳେ କେତେଜଣ ଆତତାୟୀ ସେମାନଙ୍କୁ ଅଟକାଇ ଅପହରଣ କରି ନେଇଥିଲେ । ଖବର ହସ୍ତଗତ ହେବା ପରେ ରାଜ୍ୟର ଉଚ୍ଚପଦସ୍ଥ ପୋଲିସ ଅଫିସରମାନେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.