Latest Odisha News

BREAKING NEWS

ବଲାଙ୍ଗିରରେ କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୋଲିସ୍ ଡିଜି, କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର କୋଭିଡ୍ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି କରିଛନ୍ତି ଡିଜିପି ଅଭୟ । ସ୍ଥାନୀୟ ରିଜର୍ଭ ଅଫିସରେ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଅଭୟ । 

ସମୀକ୍ଷା ପରେ କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଭୟ । ମାକ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ ନେଇ ସଚେତନ କରିବା ସହ ସରକାରଙ୍କ କୋଭିଡ୍ ଗଉଡଲାଇନ୍ ପାଳନ କରିବାକୁ ସେ କହିଛନ୍ତି । ଏବେ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗି ଥିବାବେଳେ ପୋଲିସକୁ ଜନସାଧାରଣ ସହଯୋଗ କରିବାକୁ ସେ କହିଛନ୍ତି । ସମୀକ୍ଷା ପରେ ଆଦର୍ଶ ଟାଉନ୍ ଥାନା ଓ ସଦର ଥାନା ପରିଦର୍ଶନ କରି ନୂଆପଡ଼ା ଗସ୍ତରେ ଯାଇଛନ୍ତି ଅଭୟ ।

Leave A Reply

Your email address will not be published.