Latest Odisha News

ଆଗାମୀ ଦିନରେ ଆହୁରି ବଢିବ ପିଆଜ ଦର: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଓଡ଼ିଶାରେ ପିଆଜ ଦର ଆକାଶଛୁଆଁ ହୋଇଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଚେତାବନୀ ଦେଇ କହିଛନ୍ତି ଆଗକୁ ପିଆଜ ଦର ଆହୁରି ବୃଦ୍ଧି ପାଇବ ।

ଗଣମାଧ୍ୟମକୁ ସୂଚନାଦେଇ ଖାଦ୍ୟ ଯୋଗାଣ ଓ ଖାଉଟୀ ସୁରକ୍ଷା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ପ୍ରଭୁତଃ ଫସଲ ନଷ୍ଟ ଯୋଗୁଁ ପିଆଜ ଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ । “ଆଗାମୀ ଦିନରେ ଏହା ଆହୁରି ୬ ରୁ ୧୦ ଟଙ୍କା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟର ଘରୋଇ ବଜାର ଦର, ଉପଲବ୍ଧି ତଥା ମାନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ,” ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ମନ୍ତ୍ରୀ ।

ଏସମ୍ପର୍କରେ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ସବସିଡ଼ି ମାଧ୍ୟମରେ ଖାଉଟି ମାନଙ୍କୁ ପିଆଜ ଯୋଗାଇଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏବେ ସାଧାରଣତଃ ପିଆଜ ଖୋଲା ବଜାରରେ କିଲୋଗ୍ରାମ ପ୍ରତି ୫୫ଟଙ୍କା ଦାମରେ ମିଳୁଥିବା ବେଳେ କଟକ-ଭୁବନେଶ୍ୱର ପରି ଟ୍ୱିନ ସିଟିରେ କେତେକ ସ୍ଥାନରେ ଏହି ଦାମଠୁ ମଧ୍ୟ ଅଧିକ ଦରରେ ପିଆଜ ବିକ୍ରି ହେଉଛି ।

ପିଆଜ ଦର ବୃଦ୍ଧି ଯୋଗୁଁ ଏବେ ସାଧାରଣ ଖାଉଟି ହନ୍ତସନ୍ତ ହେବାରେ ଲାଗିଛନ୍ତି ।

Comments are closed.