Latest Odisha News

BREAKING NEWS

ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତିହେଲେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ବିଜେଡିର ସଭାପତି ଲାଲବିହାରୀ ହିମିରିକାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଦୁଇଦିନ ହେବ ତାଙ୍କ ଦେହ ଭଲଲାଗୁନଥିବା କହିଆସୁଥୁବ ବେଳେ, ସୋମବାର ଦିନ ତାଙ୍କୁ ରାୟଗଡା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜ୍ୱର, ଉଚ୍ଚ ରକ୍ତଚାପ ଓ ମଧୁମେହରେ ପିଡୀତ ଥିବା ଡାକ୍ତର ରିପୋର୍ଟ ପ୍ରଦାନ କରିଥିଲେ ।

କ୍ରମଶଃ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ବିଶାଖାପାଟନାମ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଡାକ୍ତର ତାଙ୍କୁ ରେଫର କରିଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.