Latest Odisha News

BREAKING NEWS

Habisyali Registration:ହବିଷ୍ୟାଳିଙ୍କ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ;ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା

ପୁରୀ:ଶ୍ରୀକ୍ଷେତ୍ରରେ ନିଶୁଳ୍କ ହବିଷ୍ୟାଳି ବ୍ରତ ପାଇଁ ଅକ୍ଟୋବର ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନଲାଇନ୍ ଆବେଦନ। ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ହେବ କାର୍ତ୍ତିକ ବ୍ରତ। ପୂର୍ବବର୍ଷ ମାନଙ୍କ ଭଳି ଅନଲାଇନ୍ ମାଧ୍ୟମରେ ଆବେଦନ କରି ପଞ୍ଜୀକରଣ କରିପାରିବେ ହବିଷ୍ୟାଳି ମାଆ ।ଏଣୁ ଆଗାମୀ ୬ ତାରିଖ ସକାଳ ୧୦ଟାରୁ ଧାର୍ଯ୍ୟ ୨୫୦୦ ଆସନ ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ଆବେଦନ। ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା ଏନେଇ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ନିଶୁଳ୍କ ରହଣୀ, ମହାପ୍ରସାଦ ସେବନ ସହିତ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ସ୍ୱତନ୍ତ୍ର ମହାପ୍ରଭୁଙ୍କ ଦର୍ଶନ ସୁବିଧା ଯୋଗାଇ ଦିଆଯିବ । ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ସମେତ ୩ ଅସ୍ଥାୟୀ ଶିବିରରେ ହେବ ବ୍ୟବସ୍ଥା । ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ୨୫୦୦ ହବିଷ୍ୟାଳିଙ୍କ ପାଇଁ ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଓ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ।

୩୦ଟି ଜିଲ୍ଲାରୁ ଆବେଦନ କରିପାରିବେ ଯୋଗ୍ୟ ମହିଳା। ୭୦ ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତ ମହିଳା ଆବେଦନ କରିପାରିବେ। ଯୋଗ୍ୟ ମହିଳାମାନେ edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।

Leave A Reply

Your email address will not be published.