Latest Odisha News

BREAKING NEWS

ସାବରିମାଲା ମନ୍ଦିରରେ ପ୍ରବେଶ ପାଇଁ ନୂଆ ନିୟମ

ଥିରୁଅନନ୍ତପୁରମ: ଦେଶର ପ୍ରସିଦ୍ଧ ସାବରିମାଲା ମନ୍ଦିର ଦର୍ଶନ କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି। କିନ୍ତୁ ଏଥର ଦର୍ଶନ କରିବାର ନିୟମରେ ସାମାନ୍ଯ ପରିବର୍ତ୍ତନ ହେବାକୁ ଯାଉଛି। ଏନେଇ କେରଳ ସରକାର କହିଛନ୍ତି ଯେ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କୁ କେବଳ ଅନଲାଇନ୍ ବୁକିଂ ମାଧ୍ୟମରେ ସାବରିମାଲା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଚଳିତ ଥର ସ୍ପଟ୍ ବୁକିଂ ବ୍ୟବସ୍ଥା ରହିବ ନାହିଁ।

ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ କେବଳ ୮୦,୦୦୦ ଲୋକଙ୍କୁ ଭଗବାନ ଅୟପ୍ପା ମନ୍ଦିର ଦର୍ଶନ କରିବାକୁ ଅନୁମତି ଦିଆଯିବ। ସାବରିମାଲାର ବାର୍ଷିକ ମାଣ୍ଡଲାମ-ମାକାରାଭିଲାକ୍କୁ ତୀର୍ଥଯାତ୍ରାକୁ ଗୋଟିଏ ମାସ ବାକି ଅଛି।

ଅପରପକ୍ଷରେ ଡିଜିଟାଲ ବୁକିଂ ସମୟରେ ତୀର୍ଥଯାତ୍ରୀମାନେ ମଧ୍ୟ ସେମାନଙ୍କର ଯାତ୍ରା ମାର୍ଗ ବାଛିବା ପାଇଁ ସୁଯୋଗ ପାଇବେ।ସେହିପରି ପାରମ୍ପାରିକ ବନ ମାର୍ଗରେ ଭକ୍ତଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ।

Comments are closed.