ଭୁବନେଶ୍ୱର: ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା । ଏନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ହେବା ନେଇ ସୂଚନା ମିଳିଛି।
ଘରେ ବସି ନହେଲେ ବିପିୟୁଟିର ତାଲିକାରେ ଥିବା ସେଣ୍ଟରରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ରାଜ୍ୟ ବାହାରେ ବି ସେଣ୍ଟର ରହିଛି। କପି ରୋକିବାକୁ ଆର୍ଟିଫିସିଆଲର ଇଣ୍ଟେଲିଜେନ୍ସର ବ୍ୟବସ୍ଥା କରାଯାଇଛି।
୨ ଟା ସିଟିଂରେ ଏହି ପରୀକ୍ଷା ହେବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୪ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ଦୁଇଟି ଚଏସ୍ ଦିଆଯାଇଛି । ବି-ପ୍ଲାନ ଓ ବି-ଆର୍କିଟେକ୍ଟ ପାଇଁ ଜୁଲାଇ ୫ ଆବେଦନର ଶେଷ ତାରିଖ ଥିବା ବେଳେ ୯ରୁ ୧୧ ଜୁଲାଇ ମଧ୍ୟରେ ପରୀକ୍ଷା ହେବ ।
ଜୁଲାଇ ୧୩ରୁ ୧୭ ଯାଏଁ ବି-ଫାର୍ମା ପାଇଁ ପରୀକ୍ଷା ହେବ । ଜୁଲାଇ ୧୧ ସୁଦ୍ଧା ଏମବିଏ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ ହେବ । ଏହି ପରୀକ୍ଷାରୁ ୧୭ରୁ ୨୫ ତାରିଖ ଭିତରେ କରାଯିବ । ସେହିପରି ଏମଟେକ୍ ପାଇଁ ୧୩ ତାରିଖ ସୁଦ୍ଧା ଫର୍ମପୂରଣ କରିବାକୁ ସମୟ ଥିବା ବେଳେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।
Comments are closed.