Latest Odisha News

ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ସୋନପୁର: ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ସୋନପୁର ଜିଲ୍ଲାର ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ ଘରେ ରଖିଛନ୍ତି ପରିବାର ।
ନାରାୟଣପୁର ଗାଁରେ ନବଘନ କର୍ମୀଙ୍କ ୧୦ମାସର ପୁଅକୁ ଝାଡାବାନ୍ତି ହେବାରୁ ତାକୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ପୁଅକୁ ମୃତ୍ୟୁ ଘୋଷଣା କରିଥିଲେ l କିନ୍ତୁ ଘରକୁ ଆସିଲା ପରେ ଘରେ ଏକ ଗୁଣିଆକୁ ଦେଖାଇଥିଲେ । ଆଉ ତାଙ୍କ ପୁଅ ବଞ୍ଚିଯିବ ଓ ଡାହାଣୀର କୋପ କରିଛି ବୋଲି କହିଥିଲା ଗୁଣିଆ l

ଦେହରେ ହଲଦୀ ଏବଂ ଚନ୍ଦନ ବୋଳି ପୁଅକୁ ଗୁଣିଆ କଥାରେ ସେମିତି ରଖି ଚାହିଁ ବସିଛି ମାଆ । ଏବେ ସେହି ଅନ୍ଧ ବିଶ୍ବାସ ମନରେ ଯେ ମରିଯାଇଥିବା ପୁଅ ତାର ପୁଣି ଫେରି ଆସିବ । ବହୁ ବୁଝା ଶୁଝା ପରେ ବି ପରିବାର ବୁଝିବାକୁ ନାରାଜ । ଏବେବି ଜଗି ବସିଛନ୍ତି ପୁଅ ପାଖରେ ।।

Leave A Reply

Your email address will not be published.