ଭୁବନେଶ୍ୱର: ରାଜଧାନୀରେ ପୁଣି ଅନଲାଇନ ଠକେଇ। ଅନଲାଇନରେ ମଦ ବୁକିଂ ସମୟରେ ୮୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ।
ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ମଦ ବୁକିଂ କରି ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ସଫ୍ଟୱେର ଇଞ୍ଜିନିୟର। ମଦ ବୁକିଂ ପରେ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀଙ୍କ ଅନୁଯାୟୀ, ସେ ପ୍ରଥମେ ଅନଲାଇନରେ ମଦ ବୁକ କରିଥିଲେ। ମଦ ବୁକ କରି ସାରିବା ପରେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ଯୁବକ ଜଣଙ୍କ ଉକ୍ତ ନମ୍ବରକୁ ଆଉଥରେ ଫୋନ କରି ପଚାରିଥିଲେ। ପ୍ରୋସେସିଙ୍ଗରେ କିଛି ତ୍ରୁଟି ରହିଛି ଏବଂ ଆଉ ଏକ QR କୋର୍ଡରେ ସ୍କାନ କରିବାକୁ ଦୋକାନୀ ପରାମର୍ଶ ଦେଇଥିବା ସେ କହିଛନ୍ତି। ଇଞ୍ଜିନିୟର ଜଣଙ୍କ ଏହି QR କୋର୍ଡରେ ସ୍କାନ କରିବା ପାରେ ତାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା କାଟି ଯାଇଥିଲା। ପରେ ଏ ସମ୍ପର୍କରେ ସେ ଦୋକାନୀଙ୍କୁ ପଚାରିଥିଲେ । କଟିଯାଇଥିବା ଟଙ୍କା ଫେରି ପାଇବାକୁ ଦୋକାନୀ ତାଙ୍କୁ ଆଉ ଆଉ ଥରେ QR କୋଡ୍ ସ୍କାନ୍ କରିବାକୁ କହିଥିଲେ ।କିନ୍ତୁ ଏଥର ଯୁବକଙ୍କ ଆଉ ୨ ଥର ସ୍କାନ କରିବା ପରେ ତାଙ୍କ ଆକାଉଣ୍ଟରୁ ୩୮ ହଜାର ଟଙ୍କା କଟି ଯାଇଥିଲା। ଏହିପରି ଭାବରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ସେ କହିଛିନ୍ତି।
ପୂର୍ବରୁ ଅନଲାଇନ ମଦ ବିକ୍ରି ପ୍ରଥମ ଦିନରେ ଭୁବନେଶ୍ୱରର ଜଣେ ଯୁବକ ମଦ ଦୋକାନୀ ବିରୁଦ୍ଧରେ ୩୬ ହଜାର ଟଙ୍କାର ଅନଲାଇନ ଠକେଇ ଅଭିଯୋଗ ଆଣିଥିଲେ।
Comments are closed.