ପୁରୀ: ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରି ନେଇ ସୋସିଆଲ ମିଡିଆରେ ଫଟୋ ଅପ୍ଲୋଡ ଘଟଣାରେ ପୁରୀ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଛି । ଫେସ୍ବୁକ୍ରେ ଫଟୋ ଅପ୍ଲୋଡ କରିଥିବା ଜ୍ୟୋତି ରଂଜନ ଦାସଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବେଆଇନ୍ ଭାବେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ଦେବା ଅଭିଯୋଗରେ ତାଙ୍କ ନାଁରେ କେସ୍ ହୋଇଛି ।
ଜ୍ୟୋତିରଂଜନ ଫେସ୍ବୁକରେ ଏକ ଗ୍ରୁପ୍ ଖୋଲି ମହାପ୍ରସାଦ ବିକ୍ରି ନେଇ ମୋବାଇଲ ନମ୍ବର ଦିଆଯାଇ ଟୋକନ ସାହାଯ୍ୟରେ ବରାଦି ଭୋଗ ଓ ବିଜ୍ଞାପନ ଦେଇଥିଲେ । ଏହାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛି ସୁଆର ମହାସୁଆର ନିଯୋଗ । ତେବେ ଏଭଳି ମହାପ୍ରସାଦ ଅନ୍ଲାଇନ୍ରେ ବିକ୍ରି କରିବା ଦ୍ୱାରା ଜଗନ୍ନାଥ ମନ୍ଦିର ଓ ମହାପ୍ରସାଦର ମର୍ଯ୍ୟାଦା ହାନୀ ହେଉଛି । ତେଣୁ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ଅଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
Comments are closed.