Latest Odisha News

BREAKING NEWS

ସୁନ୍ଦରଗଡରେ ବଢୁଛି କରୋନା ସଂକ୍ରମଣ; ରାଉରକେଲାରୁ ୩୦ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩୨୨ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ରାଉରକେଲାରୁ କେବଳ ୩୦ ଜଣ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୧୨୦୬ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୨୦୯୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨୨ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢନ୍ତୁ- ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଅଧିକ ପଢନ୍ତୁ- ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

Leave A Reply

Your email address will not be published.