Latest Odisha News

BREAKING NEWS

ସଂକ୍ରମଣରେ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଲା ଭାରତ: ଦେଶରେ ୨ ଲକ୍ଷ ୯୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଦେଖୁ ଦେଖୁ ଏହା ଅନ୍ୟ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ମାଡି ଚାଲିଛି ଭାରତ । ବ୍ରିଟେନକୁ ଟପି ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୯୭୫୩୫ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୯୮ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୯୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣରେ ଭାରତ ୪ର୍ଥ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ରୁଷ, ଦ୍ଵିତୀୟରେ ବ୍ରାଜିଲ ଓ ପ୍ରଥମ ସ୍ଥାନରେ ଆମେରିକା ରହିଛି । ଭାରତରେ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି । ରିପୋର୍ଟ ଅନୁଯାୟୀ ସଂକ୍ରମଣରେ ମହାରାଷ୍ଟ୍ର ଚାଇନାକୁ ଟପିଯାଇଛି।

Leave A Reply

Your email address will not be published.